Unknown

ପଦ୍ୟମଞ୍ଜରୀ

ଶ୍ରୀ ଗୋବିନ୍ଦ ରଥ

 

ଈଶ୍ଵରଙ୍କ ନିକଟରେ ଦରଖାସ୍ତ

କଋଅଛୁଁ ଅଳି ସର୍ବତନେ ମିଳି ଗୁଣ କଋଣାସାଗର

କୁମ୍ଭ ପରିଚାର କଲେ ଅତ୍ୟାଚାର ଅପାର ଦୁଃଖ ଆମ୍ଭର

ଏଥିକି ସଦୟ ହୁଅ ମହୋଦୟ ବିନତି ପାଦେ ତୁମ୍ଭର

କେବେ ଇନ୍ଦ୍ରଦେବ ବରଷା ପ୍ରଭାବ ହୁଏ ଅତି ଅଲୋକିତ

ରାତି ଦିନ ଧାର ବହେ ନିରନ୍ତର ପକ୍ଷ ମାସ ଯେ ଅତୀତ

ତହୁଁ ଯେ ଅନିଷ୍ଟ ହୁଏ ମହାକଷ୍ଟ ଧାନ ନ ଶୁଖଇ ଘରେ

କାହୁଁ ବା ଖାଇବ କି କାର୍ଯ୍ୟ କରିବୁଁ ଅନ୍ନତ ନାହିଁ ଉଦରେ

ପେଟେ ଅନ୍ନ ଥିଲେ ସବୁକାର୍ଯ୍ୟ ଭଲେ ହୁଏ ସିନା ସମାଧାନ

ପବନ ଭୋଜନ କରି କେଉଁ ଜନ କରିବେ କି କାର୍ଯ୍ୟମାନ

ପୁଣି ଜଳ ଭାର ହେବାରୁ ଅପାର କାନ୍ଥ ବାଡ଼ ଭଜିଯାଏ

ନବଗଣଙ୍କର ବୃଦ୍ଧି ବ୍ୟପ୍ରତର ଶସ୍ୟ ସବୁ ନଷ୍ଟ ପାଏ

କେବେ ସୁରପତି ହୋଇ ଗୋପମନ ନ କରନ୍ତି ଜଳଦାନ

ନଦୀ ସରେବର ସବୁ ହାହାକାର ଅନେକେ ଛାଡ଼ନ୍ତି ପ୍ରାଣ

ଶୁଷ୍କ ବାଟ ଘଟ ହେଉଁ ଛଟ ପଟ କି କଲୁତୁ କାହିଁ ଯିବୁଁ

ଶସ୍ୟ ହେଉ ନୋହୁଁ ରାଜା କର ଯେଉଁ ତହିଁକି ବା କି ଆୟତ୍ତ

ଏପର ସ୍ପଷ୍ଟରେ ଅଛୁଁ ଏ ମହୀରେ ଜାଣ ଆହେ ଦୀନନାଥ

ଆମ୍ଭର ବାସନା ଏହି ଯେ ପ୍ରାର୍ଥନା ଜଗବନ୍ଧୁ ପୀତବାସ

ଏହି ପୁରନ୍ଦର ଅତି ଦୁରାଚାର ୟାକୁ କର ବିନ୍ୟାସ

ଅନ୍ୟ ଇନ୍ଦ୍ରକର ଯେହୁ ଥିବ ଧୀର ନ କରିବ ଅତ୍ୟାଚାର

ଆମ୍ଭ ଦୁଃଖ ଯିବ ସୁଖବୃଦ୍ଧି ହେବ ଯଶ ହୋଇବ ଅପାର

ଦ୍ୱିତୀୟଦଫାରେ ନିବେଦନବାରେ ବାସୁକି ଯେ ଅଛି ତଳେ

ସେ ବୃଦ୍ଧ ହେଲାଣି ବଳ ତା ଗଲାଣି ପୃଥ୍ୱୀ ଧରିବ କି କଳେ

ପୃଥ୍ୱୀ ଟଳମଳ ହୁଏ ଅସମ୍ଭାଳ ଅନ୍ୟଠାରେ ଦିଅ ଭାର

ବିଶେଷ ତାହାର ବ୍ୟଥା ହୁଏ ଶିର ଚଞ୍ଚଳ କର ବିଚାର

ଭୂମିକମ୍ପ କେତେ ହେଉଛି ନିରତେ ଗ୍ରାମ ନଗର ପତନ

ବାସ୍ତକ କେବଳ ହେବାଋ ଦୁର୍ବଳ ଏ ସବୁ ହୁଏ ଘଟନ

ତାକୁ ପେନସନ ଦିଅ ଦୀନଧନ ତୁମ୍ଭବିନା ଦେବେ କେହି

ବସି ଖାଉଥିବ ନିଶ୍ଚିନ୍ତରେ ଥିବ ପୁରୁଣା-ଚାକର ସେହି

ଜତୀୟରେ ପୁଣି ଗୁଣ ଦୀନମଣି ଯମରାଜାଙ୍କ କାହାଣୀ

ତାଙ୍କ ଅତ୍ୟାଚାର ବସନେ ଆମ୍ଭର ମୁଖୁ ନ ସ୍ଫୁରଇ ବାଣୀ

ଦେଖି କେଉଁ ଗୁଣ ତାଙ୍କଠାରେ ପୁଣ ଦେଲ ଏଡ଼େ ପ୍ରତୁପଣ

ତୁମ୍ଭର ବିଚାର ନୋହିଲେ ଏଥର ସରିଲେ ସନ୍ତାନଗଣ

ଦୁରନ୍ତ-ଶମନ ନ କରେ ଭବନ ବୃଦ୍ଧ, ଯୁବକ, ବାଳକ

ନାହିଁ ତାର ଶଙ୍କା ସବୁସ୍ଥଳେ ଏକା ବେଭାର କରେ କଣ୍ଟକ

ମାତ ଅନ୍ନପରେ ରହିଣ ସଦାରେ ଯେ ଶିଶୁ ଶୟନ କରେ

ତାଠାରେ ନିର୍ଦୟ ହୋଇ ଯମରାୟ ନିର୍ଦୋଷେ ତା ପ୍ରାଣ ହରେ

ଯାହାର ନବୀନ ଅଟଇ ଯୈାବନ ଋପେ ଗୁଣେ ମନୋହର

ସ୍ୱଦେଶ-ଉନ୍ନତି କଋଥାଏ ନିତି ଅତିଶୟ ଦୟାପର

ଏପରି ଯୁବକ ନ କରି ବିବେକ ନିଏ ଯମ ନିଜପୁର

ଏଥିରେ କାହାର ଦୁଃଖ ନ ହେବାର ବିଶେଷେ କୁଳବଧୂର

କେତେ ବୃଦ୍ଧଜନ କରନ୍ତି ରୋଦନ ପୁତ୍ର-ମରଣେ ନିରତ

କେତେ ବୃଦ୍ଧାନାରୀ ମସ୍ତକ ପ୍ରହାର କାନ୍ଦନ୍ତି ହୋଇ ଆରତ

କାହିଂ କେ ଦମ୍ପତୀ ହେବାଋ ବିପତ୍ତି ଆର୍ତ୍ତେ ଡ଼ାକନ୍ତି ଈଶ୍ୱର

କାହିଁ କେ ଯୁବତୀ ମରିବାଋ ପଡ଼ି ନିଶ୍ୱାସ ଛାଡ଼େ ପ୍ରଖର

ଗ୍ରାମ ଗ୍ରାମ ଦେଶ ସମସ୍ତେ ବିମୁଖ କାହା କୁଳବୁଡ଼ିଲାଣି

ଏକା ଯେ ମନୁଷ୍ୟ ମରନ୍ତି ଅବଶ୍ୟ ଏହା ନୁହେ ଜଗଦୀଶ

ଯେତେ ଜୀବଚୟ ଏ ଜଗତମୟ ମାରଇ ଯମ ପାପୀଶ

ତୁମ୍ଭେ ଅନ୍ତର୍ଯ୍ୟାମୀ ସର୍ବପଥଗାମୀ କରିବୁଁ କି ନିବେଦନ

ପରିଶେଷେ ଏହି ପ୍ରାର୍ଥନାକୁ କହି ରହୁଅଛି ଦୁଃଖୀଧନ

କିଛିକାଳ କଣ୍ଟ କରିଣ ସଖେଣ୍ଟ କର ଏ ଯମଗ୍କକାକୁ

ତୁମ୍ଭ ରାଜ୍ୟ ବୁଝ କାଗଜ ସମୁନ୍ନ ମହାଶଙ୍କଟ ପ୍ରଜାଙ୍କୁ

ଚତୁର୍ଥରେ ଶୁଣ ଋକୁଗଣ ଗୁଣ କହିଲେ ସରିବ ନାହିଁ

ସଂକ୍ଷେପରେ ପୁଣି ଦେଉଛୁ ବଖାଣି ଆମ୍ଭର କ୍ଷମତା କାହିଁ

ଋତୁଙ୍କ ରାଜନ ବସନ୍ତ ମିଳନ ଯେତେବେଳେ ହୁଅଇ

ଆଉ ବୃକ୍ଷରାଜି ପଲ୍ଲବେ ବିଗ୍‌ଜି ବିଶେଷ ଶୋଭା ନୁହଇ

ନାନାଦି କୁସୁମ ହୋଇଣ ସୁଷମ ଫୁଟୁଛନ୍ତି ଉଦ୍ୟାନରେ

ଆଉ ସେ ସୁବାସ ନ ଥିବାର ବାସ ଭ୍ରମର ତହିଂ ନ କରେ

କୋକିଳର ସ୍ୱର ନ ଲାଗେ ମଧୁର ପବନ ନୋହେ ଶୀତଳ

ଏବେ କି କରିବୁ କେତେ ତା କହିବୁଁ ଆମ୍ଭ କପାଳ ଦୁର୍ବଳ

ଗ୍ରୀଷ୍ମକାଳ କଥା ନ ମଣିବ ବୃଥା ମଥା ପୋଡ଼େ ନିରନ୍ତର

ଦେହ ଜର ଜର ବହେ ଝାଳ-ଝର ସୂର୍ଯ୍ୟକିରଣ ପ୍ରଖର

ଯେଣେ କର ଦୃଷ୍ଟି ହୁଏ ଅଗ୍ନିବୃଷ୍ଟି ବାଟ ଘଟ ପଡ଼ିଯାଏ

ଜୀବ ଜନ୍ତୁ ଜାଳ ଶୁଖିଣ ଦୁର୍ବଳ କଙ୍କାଳ ମାତ୍ରକ ଥାଏ

ସବୁ ଜଳାଧାର କରି ହାହାକାର ବିଦାରନ୍ତି ବକ୍ଷଃସ୍ଥଳ

ଗୃହଦାହ ହେଲେ ନ ମିଳଇ ଭଲେ ମେଦିନୀ ଖୋଜିଳେ ଜଳ

ଆହେ ଚକ୍ରଧର ବରଷାକାଳର ମହିମା କିବା କହିବା

ଦେଖି ତା ପ୍ରଭାବ ମନେ ହୁଏ ଭବ ଆଉ ପ୍ରାଣେ କି ରହିବା

ଶୁଣି ଘଡ଼ଘଡ଼ ପୁଣି ଘଡ଼ି ଘଡ଼ି ଚମକି ପଡ଼ଇ ଛାତି

ଅସଂଖ୍ୟ ବିଜୁଳି ଦେଖି ଘନକାଳୀ ମହାଭୟ ହୁଏ ରାତି

ଗାଇ-ଗୋରୁଗଣ ନ କରି ଗମନ ହୁଅନ୍ତି ଗୃହେ ବନ୍ଧନ

ପଥରେ କର୍ଦ୍ଦମ ଦେଖି ପଥଭ୍ରମ ନ ଚଲେ ତହିଁ ଚରଣ

ଏକେ କେ ଶରତ ହୁଏ ସୁଖପ୍ରଦ ନିମକସଚାଟି ସେହି

କର୍ତ୍ତବ୍ୟସାଧନେ ତୋଷ କରେ ଜନେ ତାକୁ ନିନ୍ଦିବେ କି କେହି

ବିଶୁଦ୍ଧ ପବନ ହୁଏ ବହିମାନ ଦିଗସବୁ ମନୋହର

ସେ-କାଳ ସୈାରଭ ଦେଖି ମନେ ଲୋଭ ହୁଏ ସବୁଜ ଜୀବଙ୍କର

ଅନେକ ସମ୍ରାଟ ସାଜ ନିଜ ଥାଟ ମହୀବୀର ପନ୍ତି

ମନର ଆନନ୍ଦେ ଅତି ଗଦଗେ ଜୟୋଲ୍ଲାସେ ବାହାରନ୍ତି

ସୁଧାଂଶୁ- କିରଣ ସୁଧାସମ ଜାଣ ହୁଅଇ ପୁଣି ସେକାଳେ

ସେ କାଳ ମହିମା କରିଲେ କି ସୀମା ସରିବ ବଚନ-ତାଳେ

ନିମକାଳ ଆମି ଶରଦକୁ ଗ୍ରାସି ଆକାଶ ଆଚ୍ଛନ୍ନ କରେ

ସବୁ ଶୋଭା ତାର ହୁଏ ନାରଖାର ହିମ-ପ୍ରଭାବ ପ୍ରସରେ

ନିମକାଳେ ଜ୍ୱର ହୋଇ ତେକେଶ୍ୱର କେତେ ଜୀବଙ୍କୁ ନାଶଇ

ନିରନ୍ତର ପୀଡ଼ା କଋଥାଇ ନ୍ତ୍ରୀଡ଼ା ସହଜେ ଭଲ ନୁହଇ

ଶିଶିରଙ୍କ ଗୁଣ କଋଛ ଗାୟନ ଶୁଣ କଙ୍କାଳ-ଠାକୁର

ଗୀତର ବଳରେ ପୁଣି ଏ କାଳରେ ରହିବ ଏ ଆଶା ଦୂର

ଏପରରେ ଶୀତ କୈାଣସିକାଳେତ ସ୍ୱପ୍ନେ ଦେଖାନାହିଁ କାହିଁ

ବାପ ଅଜା କାଳେ ଭ୍ରମେ ହେଲେ ବେଳେ କଦାପିତ ଶୁଣାନାହିଁ

ବଡ଼ ଅତ୍ୟାଚାର କରିଛ ଶିଶିର ଅତି ହାକିମୀ ଦେଖାଇ

ହେ ଜଗତତାନ ନୋହୁ ପକ୍ଷପାତି ଦିଅ ତାହାକୁ ଦେଖାଇ

ଶରଦର ଏକା ଉଡ଼ାଇ ପତାକା ଦିଅ ତାକୁ ପୁରଷ୍କାର

ଅନ୍ୟାନ୍ୟ ଯେତେକ ଦେଇଣ ଧମକ କର ତାଙ୍କୁ ଆପଣାର

ପଞ୍ଚମରେ ତାତ କଋଁ ପ୍ରଣିପାତ ଶୁଣହେ ମହାଆପଦ

ଅବାଧ୍ୟ କନ୍ଦର୍ପ କରେ ବଡ଼ ଦର୍ପ ନ ରେ ମାନ ସମ୍ପଦ

ବିଶିନ୍ୟ ପ୍ରୟୋଗ-କରି ଯୋଗଦତ୍ତ କରିଛି ସେ ନିରନ୍ତରେ

ଆବାଳ ବୃଦ୍ଧରେ ଅଧିକାର କରେ ଦେଖାନାହିଁ ଯୁଗାନ୍ତରେ

ମନ ଛନ ଛନ ଅତି ଭଚ୍ଚାଟନ କରଇ ମୀନକେତନ

ଏହିଋପ କେତେ ସମୟର ଅନ୍ନେ ସଂସାର ହେବ ଉଚ୍ଛନ୍ନ

ଏବେ ଏ ପ୍ରାର୍ଥନା କର ମନଘେନା ଫାଶିରେ ତା ପାପ ହର

ଯେବେ ଦୟାପର ତେବେ ଦ୍ୱୀପାନ୍ତର ଆଣ୍ଡାମାନେ ଋଦ୍ଧ କର

ଷଷ୍ଠରେ ବିପତ୍ତି ଗୁଣ ବିଶ୍ୱପତି ତୁମ୍ଭ ମହାଲକ୍ଷ୍ମୀ ଯତୀ

ନାମତ ଚଞ୍ଚଳା ସହଜେ ଅବା ନାହିଁ ଭଲ ମନ୍ଦ-ଗତି

ଆଜକି କୁବେର କାଲିକି ଫକର–କରନ୍ତି କେତେ ତପତେ

ତାଙ୍କ ପାଦେ ପଡ଼ି ଯେତେ କରୁ ରଡ଼ ନ ଶୁଣନ୍ତି ସେ ନିରତେ

ଏ କି ସହ୍ୟହୁଏ ମନୁଷ୍ୟଙ୍କ ହେହେ ଆହେ ସର୍ବ ଈଶ୍ୱର

ଅତିଶୟ କୋପ ହୁଏ ଅନୁତାପ ଏଥିକି ବିଚାର କର

ତାଙ୍କୁ ଯୋମୋନେ ତୁଚ୍ଛାର ସେ ସିନା ସେଥିକି ନାହିଁ ଝାଭର

ଲକ୍ଷେଟଙ୍କା ନେଲେ ହସି ଦେବେ ଭଲେ ତାଙ୍କୁ ସେବିବା ମାତର

ଦଶପାଞ୍ଚବର୍ଷ କଲେ କାଚ୍‌ବାସ ତେବେ ସେ ହେବେ ଆୟତ୍ତ

ଅଭାବରେ ଥରେ ଥରେ ହାଚ୍ଚତରେ ରଖ ସାଧାରଇ ମତ

 

ସଂଦେଶ

ସ୍ୱଦେଶ କେମନ୍ତ ଅଟେ ମନୋମତି କେ କହିବ ତାହାପର

ସ୍ୱଦେଶରେ ଶୋଭା କେଡ଼େ ମନୋଦଳାଗଲ ପର କେନେନେଘର

ଦେଶ ତରବର ନଦୀ ସରୋବର ସମସ୍ତେ ଯେ ମନୋହର

ଯେତେ ପଶୁ ପକ୍ଷୀ ଦେଖିବ ନିରେଖି ସମସ୍ତେ ଶୁଣଥାକର

ସ୍ୱଦେଶର କୀର୍ତ୍ତି ମନୋହର ମର୍ତ୍ତି ଦେଖି ପୁଚ୍ଛ ଫୁଲିଯାଏ

ସ୍ୱଦେଶମୟ ରାଜା ସ୍ୱଦେଶୀୟ ପୁଚ୍ଚା ଦେଖି ତୋଷ କେ ନପାଏ

ପୁରୀମହାରାଜ ହୋଇଣ ସମନ୍ନ କଲେ ଏଦେଶେ ଗମନ

କେତେ ହରିବୋଲ ନାହିଁ ସମତୁଲ ସମସ୍ତେ ହାସ୍ୟବଦନ

ସ୍ୱଦେଶ ଚଳଣି ଆଚରିଲ ମଣି ଚଳନ୍ତି ସମସ୍ତେ ବନେ

ବିଦେଶୀୟ ପ୍ରଥା କରନ୍ତି ଅନ୍ୟଥା ଦୋଷ ବାଛିକର ମନେ

ସ୍ୱଦେଶେ କିସ୍ନେହ ନ ଦେଖିଲେ ଲୁହି ନୟନୁ ହୁଏ ବାହାର

ଛନଛନ ମନ ଅତି ଉଚ୍ଚାଟନ ଟାଣେ ଚୁମ୍ବକ ପ୍ରକାର

ଛାଡ଼ିଘରଦ୍ୱାର ପୁସପରିବାର ବିଦେଶେ ଯେହୁ ରହିବ

ସ୍ୱଦେଶୀୟ ମୁଖ ଦେଖି କେଡ଼େ ସୁଖ ସେ ଅନୁମାନ କରିବ

ସ୍ୱଦେଶ ଉନ୍ନତି ପ୍ରଥମରେ ଚିନ୍ତ ବିଦୋଯେ ତାହା ପର

ଏହି ନିୟମରେ ବଦ୍ଧ ହୁଅ ବାରେ ବିଜ୍ଞ ଗତା ଧନେଶ୍ୱର

ଆହେ ଭ୍ରତୃଗଣ ଗୁଣ ମୋ ବଚନ ହୁଅ ବଦ୍ଧପରିକର

ପ୍ରତ୍ୟେକରେ ଆସ କରିବା ସ୍ୱଦେଶ ମୁଖ ଅତି ତେଜସ୍ୱର

ସ୍ୱଦେଶ ଉନ୍ନତି ମନେ ମନେ ଚିନ୍ତି ଯତ୍ନରେ ତ୍ରୁଟି ନ ହେଉ

ହୋଇଲେ ହୋଇଲା ନୋହିଲେ ନୋହିଲା କାରାବାସ ଦେବ କେହୁ

ସ୍ୱଦେଶ ପ୍ରେମରରେ ମୁଗ୍ଧହୋଇବାରରେ ଧୀରେ କି ନ କରୁଛନ୍ତି

ପଢ଼ିଇତିହାସ ନ କର ସାହସ ଭାବି ଉତ୍କଳ ଉନ୍ନତି

ଓଡ଼ଷା ମୋହର ମର୍ତ୍ତ୍ୟ ସ୍ୱର୍ଗପୁର କାତରେ ମୁହଁ ଓଡ଼ିଆ

କାହିଁ ଆମେରିକା କାହିଁ ଆଫେରକା ଇଗ୍ଲଂଣ୍ଡମଣେ ପଡ଼ିଆ

ସୁଦେଶୀୟଜନ ବଦନ ଲୋକନ କରି ପ୍ରେମାମୃତ ପାନ

ସୁଖେ କାଳ ନେବି କାହିଁକି ନଯିବ ପାଇବ ବୈକୁଣ୍ଠସ୍ଥାନ

ବିଦେଶେ ସାକର ମଶି ତରକର କରିବି ମୁଁ ଅନାଦର

ଦେଶେ କାଶିପାଣି ଅତି ସତାମଶି କରିବି ତହିଁ ଆଦର

ଓଡ଼ଷା ଭାବନା ଉନ୍ନତ କାମନା ହୁଏ ମୋର ନିରନ୍ତର

ହେ ଦୟାସାଗର ଦୁଃଖୀଙ୍କ ସୋଦର ଉତ୍କର୍ଷର ଦୁଃଖ ହର

ନାନାଶସ୍ୟହେଉ ସୁଖେ ଦିନଯାଉ ଚହନ୍ତ ମୋ ଭାଇଟାଣେ

ବହୁତ ବାଣିଜ୍ୟ ହେଉ ଏହିରାଜ୍ୟ ଧରେ ଅଳକାସମ

ମହାବୀର ଶୂର ହୁଅନ୍ତୁ ବାହାର ଯେହ୍ନେ ଭୀମ ପରାକ୍ରମ

ବାଜୁ ବୀରବାଜା ଉଡ଼ୁଥାଉ ଧ୍ୱଜା ଚିରକାଳ ଉତ୍କଳର

ଦେଖୁଛୁ ବିଦେଶୀ ଭୟ ଆମ୍ଭ ବିଦ୍ୱେଷୀ ଚିନ୍ତାରେ ହୋଇ କାତର

 

କଟକ ନର୍ମୋଲ୍ ସ୍କୁଲ

ଧନ୍ୟଧନ୍ୟ ମାତ ତବ ଧନ୍ୟ ସେ ମହିଁମା

ଲେଖନୀରେ ତାହା କେହି କରିବ କି ସୀମା

ଉତ୍କଳର ଅଟ ତୁମ୍ଭେ ଉନ୍ନତି ସୋପାନ

ତୁମ୍ଭର କିରଣ ଦେଶେ ବ୍ୟାପେ ସ୍ଥାନ ସ୍ଥାନ

ପ୍ରଥମେ କଟକେ ମାଗୋ ଯେବେ ତୋ ଆବେଗ

ଦେଖିଣ ବାଳକବୃନ୍ଦ ଆସିଲେ ଅଶେଷ

ସେହରରେ ମାତୃ ତୁମ୍ଭେ କଲ କୋଳାଗ୍ରତ

ଅଜ୍ଞାନତା ଛାନି ସବୁ ହୋଇଲେ ଜାଗ୍ରତ

କି ଦୟା ପ୍ରକାଶି ଅଛୁ ଏ ସନ୍ତାନ ପ୍ରଭି

କଦାକାଳେ ଭୁଲିବି କି ଏହି ମୂଢ଼ମତ

କରିଚି ସନ୍ତାନ ଯାହା ଜ୍ଞାନ ଉପାର୍ଜନ

ତହିଁରେ ଅଟଗୋ ତୁମ୍ଭେ ପ୍ରଧାନ କାରଣ

ତୁମ୍ଭର ସୁଯୋଗ୍ୟ ଯେଉଁ କର୍ମଚାରୀ ଗଣ

ନାନାଦି ସୁବାକ୍ୟେ ସବୁ ତୋଷୁ ଥାନ୍ତି ମନ

ତୁମ୍ଭର ଅଧ୍ୟକ୍ଷ ମାତଃ ଶ୍ରୀ ଦ୍ୱାରକାନାଥ

ଗାୟର୍ନ୍ଦ୍ୟ ଗୁଣରେ ସେହୁ ଅଟନ୍ତି ବିଖ୍ୟାତ

ମାନ୍ୟବର ବିଶାରଦ ଶ୍ରୀ ଇନ୍ଦ୍ରକୁମାରୀ

ଗଳଦେଶେ ଶୋଭେ କିବା ବିଜ୍ଞାନର ହାର

ପରମ ଦୟାଳୁ ସଦା ସାହାଯ୍ୟବଦନ

କୁତହଳେ ବିତରନ୍ତି ଉପଦେଶ ଧନ

କିବା ଋପ ମନୋହର ନୟନ ରଞ୍ଜନ

ସତେ ବା ବିଦ୍ୟାଭଣୁ ର ବିଧାତା ମିଳନ

ସଦା ଋଣୀ ରହିଅଛି ତାଙ୍କ ଶ୍ରୀ ଚରଣେ

ତାଙ୍କ ବାକ୍ୟଚୟିଂରବେ ପଡ଼ୁଅଛି ମନେ

ପୂଜ୍ୟପାଦ ପ୍ରଭାକର-ଚୂଡ଼ାମଣି ଅତି

ଅନ୍ୟାୟ ଦେଖିଲେ ନ୍ତ୍ରୋଧେ ପ୍ରଚଣ୍ଡ ମୂଚତି

ସ୍ୱଦେଶ ଉନ୍ନତି ବାଞ୍ଛା ଥିଲା ତାଙ୍କ ମନେ

ସୁବକୃତା ଦେଇ ତୋଷୁଥିଲ ଛାତ୍ରଗଣେ

ପ୍ରଭାକର ବିଦ୍ୟାରତ୍ନ ବିଜ୍ଞ ମହାଶୟ

କଠିନ ସଂସ୍କୃତ ଶାସ୍ତ୍ରେ ଦକ୍ଷ ଅତିଶୟ

ଉତ୍କଳ ଭାଷାରେ ପୁଣି ସୁନିପୁଣ ଅତି

ପଢ଼ାବେଳେ କେତେ ଉଦାହରଣ ଦିଅନ୍ତି

ଶ୍ରମାମ୍ପତ ଗଦାଧର ଶ୍ରୀ କପିଳେଶ୍ୱର

ତାରିଣୀଚରଣ ହରିକୃଷ୍ଣ ବିଜ୍ଞବର

ଆନନ୍ଦ ଲୋଚନେ ସଦା କରି ବିଲୋକନ

ତୋଷୁଥିଲେ ମାତ ତବ ପୁତ୍ରଗଣ ମନ

କର୍ଣ୍ଣେ ଆଉ ପଡ଼ିବ କି ସେହି ଉପଦେଶ

ମନେ ମନେ ଏବେ ଦୁଃଖ ହେଉଛି ଅଶେଷ

ମନରେ ଜାଗ୍ରତା ସଦା ସହାଧାଂୟୀ ଗଣ

କେ କାହିଁ ରହିଲେ ଦୁଃଖ ହୁଏ ଅନୁଷଣ

ଶ୍ରୀ ରାଜବଲ୍ଲଭ ମଧୁସୁଦନ ଲକ୍ଷ୍ମଣ

ଶ୍ରୀ ରାମଗୋବିନ୍ଦ ରାମ; ଶ୍ରୀ ଶ୍ୟାମାଚରଣ

ଶ୍ରୀ ପୁରୁଷୋତ୍ତମ, ନୀଳୁ ଶୀକବ ବିନୋଦ

ଭଗବତୀ, ଭାଗବତ, ଶ୍ରୀ ବୈଷ୍ଣବାନନ୍ଦ

ରାଧାନାଥ, ଗୋପୀନାଥ, ଶିବ, ବିଦ୍ୟାଧର

ଥିଲେ ମାଗୋ ତୁମ୍ଭର ଏ ଯେତେ ପୁନର୍ବର

କୋନ୍ତ ଆହ୍ଲାଦେ ରଙ୍ଗୀମାନଙ୍କ ସହିତେ

କାଳ ବାହୁଥିଲେ ଜୀବ ନାନା ଗ୍ରନ୍ଥଚିତ୍ତେ

କେତେ ବାକ୍ୟାଯପ ହୁଏ ହରଷ ମନରେ

ଆଭ କି ଘଟିବ ଭାଗ୍ୟେ ଏହି ପବନରେ

ଆହା କାହିଁଗଲା ସବୁ ସେ ସମସ୍ତ ଦିନ

ଭାବ ଭାବ ତନୁ ଏବେ ହେଉଅଛି କ୍ଷୀନ୍ନ

ଏବେ ଶୁଣି ମାତ ତବ ଉନ୍ନତି ଅଭୀବାକ

ଏ ଦୀନ ହୃଦୟେ ଜାତ ଶୋକର ପ୍ରଭାବ

ତବ କଲେବର ଏବେ ହୋଇଅଛି କ୍ଷୀନ୍ନ

ଦୁଃଖେ ମାତ ଏ ସନ୍ତାନ ଭାବେ ଗତି ଦିନ

ନ ପଢ଼ନ୍ତି ବାଳବୃନ୍ଦେ ପ୍ରାକୃତ ବିଜ୍ଞାନ

ଏହା ଶୁଣି କମ୍ପୁଅଛି ଏ ଦୀନର ପ୍ରାଣ

ଗଣିତ ଶାସ୍ତ୍ର ଅଧିକ ନୁହେ ଆଲୋଚନ

ଶୁଣି ଅସୁଖିତ ମୋର ହୁଏ ଦେହି ମନ

ଜୀବ ତବ ଆଦିକର ଉଦ୍ଭିଦ ବିଚାର

ବିଚାର ନ ହୁଏ ବୋଲି ସନ୍ତାପ ଅପାର

ସଂସ୍କୃତରେ ରଘୁବଂଶ କୁମାର ସମ୍ଭବ

ନ ହେବାଋ ଶରୀରରେ ରହୁ ନାହିଁ ଦମ୍ଭ

ଉତ୍କଳ ସନ୍ତାନଗଣ ବିରସ ବଦନ

ଉଚ୍ଚ ଶିକ୍ଷା ବିକାରଣ କଲା କେ ହରଣ

ଅଭିଶାପ ଦେବେ ପରା ବିଚାର ନିଶ୍ଚୟ

ଯେ କରିଚି ତୁମ୍ଭର ଏ ଉଚ୍ଚମାନ କ୍ଷୟ

ଯହିଁରେ ଅଜ୍ଞାନୀଜନ ପାଉଛନ୍ତି ଜ୍ଞାନ

ତାର କ୍ଷତି କରିବାତ ଅନ୍ୟାୟ ବିଧାନ

ପରି ଶେଷ ଦୟା କରି ଶୁଣ ଦୟାବତୀ

କରଯୋଡ଼ି ଏ ସନ୍ତାନ କଋଛି ବିନତି

ଯେତେଦିନ ପିଣ୍ଡେ ପ୍ରାଣ ଥିବ ମୋର ରହି

ତେତେଦିନ ତୁମ୍ଭଗୁଣ ହେଉଥିବି କହି

ତୁମ୍ଭ ପାଦପଦ୍ମେ ମାଗୋ ମୋର ଏହି ଭିକ୍ଷା

ଉତ୍କଳ ପୁତ୍ରଙ୍କୁ ସ୍ନେହେ ଦେଉଥାଅ ଶିକ୍ଷା

 

ଭାରତବାସୀଙ୍କ ପ୍ରତି

ଆମ୍ଭେମାନେ ଆର୍ଯ୍ୟଜାତି ଆର୍ଯ୍ୟଙ୍କ ସନ୍ତାନ

ପରସର ମେଳଥିବା ଉଚିତ ବିଧାନ

ଭାଷା ପରିଚ୍ଛଦ ଏକା ଅଟେ ଭିନ୍ନଭିନ୍ନ

କିନ୍ତୁ ଏକ ରକ୍ତ ସେହି ନାହିଁ କିଛି ଭିନ୍ନ

ଗିରିରାଜ କକେସସ ଆମ୍ଭ ପୂର୍ବ-ସ୍ଥାନ

ପୃଥିବୀ ବକ୍ଷରେ ଅଛି ସେ ବିଗ୍‌ଜମାନ

କକେସସୁଁ ଆସି ସିନ୍ଧୁ ନଦୀ ହୋଇ ପାର

ଭାରତେ ବିଖ୍ୟାତ ସର୍ବେହିନ୍ଦୁ ନାମ ଧାରୀ

ପଞ୍ଜାବ ବଜଳା ଆଦି ଉତ୍କଳ ତୈଲବ

ମହାରାଷ୍ଟ୍ର କର୍ଣ୍ଣାଟ ଯେ ଭାରତର ଅଙ୍ଗ

ଏସମସ୍ତ ସ୍ଥାନେ ହିନ୍ଦୁ ହିନ୍ଦୁଙ୍କ ପ୍ରଭାବ

ଏଥି କଦାକାଳେ କିଛି ନ ଥିଲା ଅଭାବ

ଆମ୍ଭମାନଙ୍କର ସୁଖ ନିମିହଇଶର

ନିର୍ମାଣ କରି ଅଛନ୍ତି ଜନପଦେଶ୍ୱର

ମହା ରଗୋଦୟ ସ୍ଥାନ ଅଟେ ଏ ଭାରତ

ପୃଥିବୀରେ ଏହା ସମ ହେବ କେ ସଜାତ

ଚୋର ନ କରିବେ ବୋଲି ଏଥି ଅତ୍ୟାଚାର

ମହୋନ୍ନତ ହିମାଳୟ ଉତ୍ତରେ ପ୍ରାକାର

ଅନ୍ୟ ତିନ ପାଶେ ଘେରା ମହା ପାରାବାର

କେଉଁ ଚୋର ଧନ ନେବ ସାମର୍ଥ୍ୟ କାହାର

ଦେଖି ଆମ୍ଭେମାନେ ହେବା ଅତି ପୁଲକିତ

ସୁସଜ୍ଜିତ ବିନ୍ଧ୍ୟାଞ୍ଚଳ ମଧ୍ୟେ ବିରାଜିତ

କୃଷି ବାଣିଜ୍ୟ ଉନ୍ନତି ହେବ ନିରନ୍ତର

ମହା ନଦ ନଦୀ କେତେ ଭାରତ ମଧ୍ୟର

ଭାରତ ସନ୍ତାନ ଗଣ ଛାଡ଼ି ଅହଁଙ୍କାର

ଏକ ପରିବାର ବୋଲି କରହେ ବିଚାର

ପଚାରିବେ ତୁମ୍ଭଙ୍କୁ ଯେ କେହି ନିକେତନ

ଉତ୍ତରେ କରିବ ତୁମ୍ଭେ ଏହା ସମର୍ଥନ

ଉତ୍ତରେ ହିମାଚଳ ଦକ୍ଷିଣେ ସାଗର

ପୂର୍ବ ପଶ୍ଚିମରେ ସିନ୍ଧୁ ଏହି ଆମ୍ଭ ଘର

ଆମ୍ଭଘରେ ବ୍ୟାଘ୍ର ସର୍ପ ହିଁସ୍ର ଜନ୍ତୁମାନ

ନ କରନ୍ତୁ ଅତ୍ୟାଚାର ହୁଅ ସାବଧାନ

ଭାରତର ଦୁଃଖ ହେଲେ ନୟନ ଗୋଚର

ସେ ଦୁଃଖ ମୋଚନେ ସର୍ବେ ପ୍ରତିକାର କର

ରତ୍ନାକର ମଧ୍ୟରେ ଯେ ଅଟେ ଭାସମାନ

ଇଗ୍ଲାଂଣ୍ଡ ଆମ୍ଭର ମହାରାଣୀଙ୍କର ସ୍ଥାନ

ତାଙ୍କଠାରେ ପ୍ରାର୍ଥନା ହେ କର ନିରନ୍ତର

ଭାରତର ଦୁଃଖ ରାଶି କରିବେ ଅନ୍ତର

ଭାବନା କରହେ ସର୍ବେ ଅନାଦିକାରଣ

ସୁଖ ବୃଦ୍ଧି ଭାରତର-ହେଉ ଅନୁକ୍ଷଣ

 

ଗୁଇକୁଅଁରଙ୍କ ବନ୍ଧନରେ ଭାରତର ଦୁଃଖ ପ୍ରତି

ଆଜି କିପାଁ ଭାରତ ହେ କଋଚ ରୋଦନ

କିପାଁଇ ନିସୃତ ଆଜି ବିଷର୍ଣ୍ଣବଦନ

କାହିଁ ସେ ଆନନ୍ଦପୂର୍ଣ୍ଣ ମୁଖ ସୁଧାକର

ତେଜ ଶୂନ୍ୟ ଋପ ଏବେ ନୟନ ଗୋଚର

କିକାରଣ ଭାରତହେ ଏପରି ଘଟନା

ଚିନ୍ତା ପରହରି କହି ନକର ଭାବନା

କାହିଁ ସେ ସଙ୍ଗୀତ ଆଜି ବାଦ୍ୟ ମନୋହର

କିପାଁଇ କମ୍ପୂତ ତୁମ୍ଭେ ଅତି ଥରହର

ମେଦିନୀ-ଗର୍ଭରେ କାର୍ଯ୍ୟ ହେଲା କି ପ୍ରବଳ

ସେକାରଣେ ତବ ଦେହି ହୁଏ ଟଳମଳ

ଆନନ୍ଦଦାୟକ ତବ ଯୋଗ୍ୟ ପୁତ୍ର ଗଣ

ଭସ୍ମଦାଋ ପରି କିପାଁ ଦେଖାନ୍ତି ବଦନ

ଆହାର ବିହାରେ ଆଜି ଅତି ଅନାଦର

ବଦ୍ଧ ସର୍ପ ତୁଳ୍ପ ସବୁ ନିଶ୍ୱାସ ପ୍ରଖର

ଅତି ତେଜୀୟାନ ହୋଇ ଅଛି କି ତପନ

ସେ କାରଣେ ହେଉଅଛି ଏହା କି ଘଟନ

ଏ ସର୍ବ ବୃଥା କଳ୍ପନା ଅଟଇ ମୋହର

ଜାଣିଲ ଭାରତ ନିଶ୍ଚେ ତୁମ୍ଭର ଅନ୍ତର

ଯେକାରଣେ ବ୍ୟାକୁଳିତ ହୁଏ ତୁମ୍ଭ ମନ

ବିଷାଦ ସାଗରେ ପଡ଼ି ଅତ୍ୟନ୍ତ ଉଚ୍ଛନ୍ନ

ପଶ୍ଚିମରେ ବରୋଦାର ଯୋଗ୍ୟ ଅଧୀଶ୍ୱର

ରହିଛନ୍ତି ବନ୍ଧନରେ ଶ୍ରୀରାଇକୁଅଁର

ସେହି ହେତୁ ଭାରତ ହେ ଅଛ କି ଦୁଃଖିତ

ସେଥିପାଇଁ ହୃଦୟ କି ହେଉଛି ତାପିତ

ଶାନ୍ତନା କର ହେ ତୁମ୍ଭେ ବ୍ୟାକୁଳିତ ମନ

ଜଗତେ ଏପରି କେତେ ହେଉଛି ଘଟନ

ଆଜ ଗଜ ସିଂହାସନ କାଲି କାରାଗାର

ଏହି ଋପେ ସୁଖ ଦୁଃଖ ହୁଅଇ ଅପାର

ଏଥକୁ ବିପର ତୁମ୍ଭେ ହେଉଛ ଚିନ୍ତିତ

ତାହାଙ୍କ ଭାଗ୍ୟରେ ଏହା ଥିଲା ହେ ଲଖିତ

ଲର୍ଡ଼ନର୍ଥ କ୍ରୁକ୍‌ ଯେହୁ ଭାଗତ ଇଶ୍ୱର

ଅର୍ହନିଶ କୀର୍ତ୍ତନ ଅଟଇ ତାନର